Sundari Tora Badana Chandra

ସୁନ୍ଦରି ତୋର ବଦନ ଚନ୍ଦ୍ର
(Krusna Dasa Badajena— Raga Nata)
(କୃଷ୍ଣଦାସ ବଡ଼ଜେନା— ରାଗ ନଟ)

( ନଟ୍ଟରାଗେଣ )

ସୁନ୍ଦରି ତୋର ବଦନ ଚନ୍ଦ୍ରମଣ୍ଡଳଜିତ ଲେଆ
ଆକାଶ ବା ଖିନ୍ନଭାନୁକିରଣ ତପଇ ଆ ।
ଆରେ ରେ ଇନ୍ଦୁ ପୂର୍ଣ୍ଣତନୁ ମନ ଅଭିମତ ବାଞ୍ଛିତା ।
ପୁନିମ ସଂଝ ରାଗରୁଧିର ଭରିତ ଅଙ୍ଗ ଅମ୍ବରା
କଳଙ୍କ କପଟ ଛରିତ ତନୁ ଲାଜେ ତେଜଇ ଜୀବିତା । ଧ୍ରୁବ ।

ରାସରଙ୍ଗରଭସ ରସିକ ହରିବଚନେ ରାଧିକା
ମୁଦିତମନ୍ନ ଅନୁଖିନ୍ନ କୃଷ୍ଣଦାସ ଭଣନ୍ତି ।