Daya Kara He Nabadwipa

ଦୟା କର ହେ ନବଦ୍ୱୀପ
(Haribandhu— Raga Punnaga, Tala Khemata)
(ହରିବନ୍ଧୁ— ରାଗ ପୁନ୍ନାଗ, ତାଳ ଖେମଟା)

ଦୟା କର ହେ ନବଦ୍ୱୀପ ଚନ୍ଦ୍ରମା । ଘୋଷା ।

ହୃଦୟ କନ୍ଦରେ ସ୍ଫୁରୁ ଆନନ୍ଦରେ
ତୁମ୍ଭ କୀର୍ତ୍ତି ହେ କନକ ଧାମା
ଶ୍ରୀ ଶଚୀ ନନ୍ଦନ ସ୍ୱଭକ୍ତ ଜୀବନ
ଜୟ ଶ୍ରୀ କୃଷ୍ଣ ଚୈତନ୍ୟ ନାମା । ୧ ।

ଆନନ୍ଦ ଚିନ୍ମୟ ପରଂ ପ୍ରେମମୟ
ସଦା ଯା ରୂପେ ଲୋଭିତ ରାମା
ବ୍ରହ୍ମା ଈଶ ଶେଷ ସନକାଦି ବ୍ୟାସ
ଲଭି ନାହାନ୍ତି ଯାହା ମହିମା । ୨ ।

ନିତ୍ୟାନନ୍ଦାଦ୍ୱୈତ ପ୍ରଭୁ ଆଦି ଭକ୍ତ
ସ୍ମରୁ ଅଛନ୍ତି ଯାହା ସୁଷମା
ଶ୍ରୀ ଗୌରଚନ୍ଦ୍ର ଗଜପତିଙ୍କ ମତି
ରହୁ ପଦାବ୍ଜେ ଦିନ ତ୍ରିଯାମା । ୩ ।