(ହରିବନ୍ଧୁ— ରାଗ ବିହାଗ, ତାଳ ଖେମଟା)
ଏହି ଏକାକିରେ ପ୍ରାଣସହି
ସଦା ନୟନେ ନାଚୁଛି ହୃଦରେ ରହି । ଘୋଷା ।
ତ୍ରିଭଙ୍ଗୀ ସୁନ୍ଦର ବଂଶୀ ନ୍ୟାସାଧର
ଚିତ୍ରପଟ ଦେଖି ଅନୁମାନୁଛି ମୁହିଁ । ୧ ।
କୃଷ୍ଣ କେହି ବୋଲି ମୁଁ ପଚାରୁ ଆଳୀ
ନନ୍ଦନନ୍ଦନ ବୋଲି ତୁ ଦେବାର କହି । ୨ ।
ଯମୁନାରୁ ବାରି ଆଣି ଆସୁ ନାରୀ
ଦେଖିଲା କ୍ଷଣି ଚିତ୍ତକୁ ନେଉଛି ମୋହି । ୩ ।
ଧନ୍ୟ ଆଜ ଦିନ ମୋର ନେତ୍ର ମନ
ପବିତ୍ର କଲି ଶ୍ୟାମଳ ରୂପକୁ ଚାହିଁ । ୪ ।
ହେ କୀର୍ତ୍ତିଦା ଜେମା ଏ ଗୋଷ୍ଠ ଚନ୍ଦ୍ରମା
ବୋଲି ଧୀରେ ହରିବନ୍ଧୁ ଦେଲା ଚିହ୍ନାଇ । ୫ ।