(ହରିବନ୍ଧୁ— ରାଗ କୀରବାଣୀ, ତାଳ ରୂପକ)
ମୋ ବଚନ ମାନ
କର ତୁ ସେହି ଗୁମାନରେ ମାନିନୀ । ଘୋଷା ।
ଧୈର୍ଯ୍ୟ କରି ରହିଥାରେ ନାଗରୀ ରତନ
ସେ ଶ୍ୟାମକୁ ଆଣି ତୋ ସମୟ ଜାଣି
ଭେଟାଇ ଦେବି ସଘନରେ ମାନିନୀ । ୧ ।
ସେହି ତ କେଣିକି ଯିବେ ଏକ୍ଷଣି ଆସିବେ
ଆରେ ଏଣୀକ୍ଷଣୀ ଧରି ମୋର ପାଣି
କହିବେ କାକୁ ବଚନରେ ମାନିନୀ । ୨ ।
ବିଧୁଜିତ ଶ୍ରୀମୁଖକୁ ନ କର ମଳିନ
ଲୀନ ହୋଇ ସହି ଶରଣ ପଶିବେ
ତୋ ପଦେ ମଧୁସୂଦନରେ ମାନିନୀ । ୩ ।
ଆଳୀର ସୁବାଣୀ ଶୁଣି ଶ୍ରୀ କିଶୋରୀ ମଣି
ତେଜିଣ ବିରସ ହୋଇଣ ହରଷ
ଭାବେ ହରିବନ୍ଧୁ ଭଣିରେ ମାନିନୀ । ୪ ।