Nila Nirada Nibha Sundara

ନୀଳ ନୀରଦ ନିଭ ସୁନ୍ଦର
(Haribandhu— Raga Bhairabi, Tala Ekatali)
(ହରିବନ୍ଧୁ— ରାଗ ଭୈରବୀ, ତାଳ ଏକତାଳି)

ନୀଳ ନୀରଦ ନିଭ ସୁନ୍ଦର ମୋହନ
ମୂରତିକି ସହି ଅନାରେ । ଘୋଷା ।
ଚଳଚପଳା ଜାଳେଜ୍ଜ୍ୱଳ ପୀତ ଦୁକୂଳ
କଳାପି ପିଚ୍ଛ ଚୂଳ ଇନ୍ଦ୍ର ଧନୁର ପରା । ୧ ।

ହୃଦର ମୋତି ହାର କରକା ତୁଲେ ତୀର
ଝଡ଼ି ପଡ଼ୁଛି କି ରସାରେ ।
ଆହା ମୁରଲୀ ସ୍ୱନ ଗୋପ ଯୁବତୀ ମାନ
ଦମ୍ଭଧର ଛେଦନ ଦମ୍ଭୋଳି କି ପ୍ରଧାନ । ୨ ।

କୁଟିଳାଳକାବଳୀ ମୁଖ ପଙ୍କଜେ ଅଳି
ଆଳି ବେଢ଼ି ଅଛନ୍ତି କି ରେ ।
ଶୋଭା ରତ୍ନ କୁଣ୍ଡଳ ଆଭା କି ମନୋହର
ଲୋଭା କରିଣ ଚିତ୍ତ ବିତ୍ତ କରୁଛି ହତ । ୩ ।

କଳିନ୍ଦ ସୁତା କୂଳେ କେଳି କଦମ୍ବ ମୂଳେ
ତ୍ରିଭଙ୍ଗ ଭଙ୍ଗିମା ଠାଣିକି ।
ଚାହୁଁ ଶ୍ରୀ ହରିବନ୍ଧୁ ଭାବିଣ ହରିବନ୍ଧୁ
ପଟ୍ଟନାୟକ
ସୁଧା ସିନ୍ଧୁରେ ହେଲା ମଗ୍ନ । ୪ ।