He Madhaba Aau Ki Pheri Asiba

ହେ ମାଧବ ଆଉ କି ଫେରି ଆସିବ
(Sudarsana— Raga Sokabaradi, Tala Adatali)
(ସୁଦର୍ଶନ— ରାଗ ଶୋକବରାଡ଼ି, ତାଳ ଆଡ଼ତାଳି)

ହେ ମାଧବ
ଆଉ କି ଫେରି ଆସିବ । ଘୋଷା ।

ହରଙ୍କୁ ସେବାକରି
ପାଇଥିଲି ମୁଁ ହରି
ଛଡ଼ାଇ ନେଲା ଦଇବ । ୧ ।

ତେଜ୍ୟା କରି ପୀରତି
ପ୍ରୀତି କରି ଶ୍ରୀପତି
ଛାଡ଼ି ମଧୁପୁରକୁ ଯିବ । ୨ ।

ଇନ୍ଦ୍ର କରିଛି କୋପ
ଛାଡ଼ି ଯାଉଛ ଗୋପ
ମନ୍ଦର କିଏ ଧରିବ । ୩ ।

କହଇ ସୁଦର୍ଶନ
ପଦ୍ମପାଦେ ଶରଣ
ନିଶ୍ଚିନ୍ତ ହୋଇ ରହିବ । ୪ ।