Epari Re Sahi Re Mahire

ଏପରି ରେ ସହିରେ ମହୀରେ
(Gourahari— Raga Drabidi, Tala Adatali)
(ଗୌରହରି— ରାଗ ଦ୍ରାବିଡ଼ୀ, ତାଳ ଆଡ଼ତାଳି)

ଏପରି ରେ ସହିରେ ମହୀରେ
କାହାରେ ଜାଣି ନ ଥିଲି । ଘୋଷା ।

କାହା ସଙ୍ଗେ ମାତି
ରହିଲେ ସୁରତି
ଭାବରେ ଅତି
ସେ ମାତି ଗୋ ଦୂତୀ କି ଗତି । ୧ ।

ବାରମ୍ବାର ସହି
ଥିଲେ ମୋତେ କହି
ଆନକୁ ଦେଇ
କିମ୍ପାଇଁ ମନାଇଲେ ଯାଇଁ । ୨ ।

କି ଅବା ପ୍ରିୟଙ୍କୁ
ମନାଇଁ ଚିତ୍ତକୁ
କରି ମୋଦକୁ
କାହାକୁ ପ୍ରିୟକୁ ବଧକୁ । ୩ ।

ପାହିଲା ରଜନୀ
ନଇଲେ କି ଘେନି
କା ଗିର ଶୁଣି
ରମଣୀ କି ମଣିଲେ ପୁଣି । ୪ ।

କହେ ଗୌରହରି
ଶୁଣରେ କିଶୋରୀ
ତୋ ବିନୁ ଗୋରୀ
କିପରି ବିସ୍ମରି ଶ୍ରୀ ହରି । ୫ ।