Dekha Re Mukha Bare

ଦେଖା ରେ ମୁଖ ବାରେ
(Kabisurjya— Raga Todi, Tala Ekatali)
(କବିସୂର୍ଯ୍ୟ— ରାଗ ତୋଡ଼ି, ତାଳ ଏକତାଳି)

ଦେଖା ରେ ମୁଖ ବାରେ ସୁଖସଦନା । ଘୋଷା ।

ମାନ କି ମାନ ହିଁ ବାନ୍ଧବୀ ତୋହର
ପାଲଟ ପାଟରଖା ରେ
ଏଣି ବିଲୋକିନୀ ଏଣିକି କେଣିକି
ମୁଞ୍ଚ ତୁ ନୃତ୍ୟ ଶିଖା ରେ । ୧ ।

କେଶରୀ ତ ଓସରି ମଧ୍ୟ ତୁଳା କଟି
ହେବ କି ଚିତ୍ରଲେଖା ରେ
ତୋଷ ବହି ନିଜ ଦାସର ଦୋଷକୁ
ମୁଞ୍ଚ ତୁ ନୃତ୍ୟ ଶିଖା ରେ । ୨ ।

ହର ମନୋହର ସାର ପୟୋଧର
ଚିତ୍ର ବିଚିତ୍ର ଲେଖା ରେ
ଯାବକ ରଞ୍ଜିତ ପାଦତଳ ଗତ
ତୋ ଅନୁରାଗ ଶିଖା ରେ । ୩ ।

କାମଜଳେ କବି ଭାସ୍କର ଭାଷଇ
ତୋ କୁଚ କୁମ୍ଭ ଦେଖା ରେ
କୋଳ କରି ରସ ଭୋଳେ ହେବି ତୋଷ
ଦୌଲତ ବନ୍ଧ ଶିଖା ରେ । ୪ ।