Thaka Chintamani Ki

ଠକ ଚିନ୍ତାମଣିକି
(Benudhara— Raga Nagaballi, Tala Jati)
(ବେଣୁଧର— ରାଗ ନାଗବଲ୍ଲୀ, ତାଳ ଯତି)

ଠକ ଚିନ୍ତାମଣିକି
ଠୂଳେ ମୁଁ ବିଶ୍ୱାସ ନ ଯିବି ଏଣିକି । ଘୋଷା ।

ଠାଣି ତ୍ରଭଙ୍ଗିଆ ମୁରଲୀ ପାଣି
ଠାବ କଲେ ଚିନ୍ତା ନିକୁଞ୍ଜ ପୁଣି
ଠାକୁର ଶ୍ରେଷ୍ଠ ମଣି କରି ଶରଧା
ଠଣ ପାଦେ ପ୍ରାଣ ଦେଲି ମୁଁ ବିକି ।
(ପଡ଼ି)
ଠିକେ ହେଲି ତାଙ୍କ କିଣା ସେବକୀ
ଠକିଦେବେ ବୋଲି ଜଣାଥିଲା କି
ଠାପୁଆ ଶ୍ୟାମକୁ ଦୂରୁ ମୋ ଜୁହାର
ଠାରି ଅଙ୍ଗୁଳିକି ବେଣୁଧର ଭଣିକି । ୧ ।