Mo Ranka Ratana Asa Asa

ମୋ ରଙ୍କରତନ ଆସ ଆସ
(Benudhara— Raga Jhinjoti, Tala Ekatali)
(ବେଣୁଧର— ରାଗ ଝିଞ୍ଜୋଟି, ତାଳ ଏକତାଳି)

ମୋ ରଙ୍କରତନ ଆସ ଆସ
ଅଙ୍କେ ବସ ପଙ୍କଜାକ୍ଷି ତେଜ ମାନ । ଘୋଷା ।

ମହୀକି ଲପନ ପୋତି ନ ବସ ବାରଣଗତି
ବନଜ ନୟନୁ ନୀର ମୁଞ୍ଚ ମୋ ପରାଣଧନ
(ପଡ଼ି)
ଧରୁଛି ତୋର ପାଣିକି ଶୁଣା ବିପଞ୍ଚୀ ବାଣୀକି
ଚାନ୍ଦବଦନ ଠାଣିକି ଟେକି ତୁ ନ କର କ୍ଷିନ୍ନ । ୧ ।

ମଲ୍ଲୀହାସୀ ଗଲି ଭାସି ମାନେ ରସିବାରୁ ରୁଷି
ମରମ ଦେଶେ ଆକର୍ଷି ବିନ୍ଧୁଛି ମୀନକେତନ
(ପଡ଼ି)
ସମରପୁର ନିବାସୀ ବେଣୁଧର ଗୀତେ ଭାଷି । ୨ ।