(କୃଷ୍ଣଚନ୍ଦ୍ର ନୃପ— ରାଗ ମେଘପର୍ଣ୍ଣୀ, ତାଳ ଏକତାଳି)
ଏକା ଏଣୀଦୃଶାକୁ ମୁଁ ଛାଡ଼ି ଯା ଅଇଲି ସତେ
ଏଣିକି ଯେ କି ବଞ୍ଚିବି ବୁଦ୍ଧି ତ ନ ଦିଶେ ମୋତେ । ଘୋଷା ।
ସଧୀରେ ଚାଟୁ ବଖାଣି ବିଧିରେ ଦେଉ ମେଲାଣି
ଛଟକହାସୀ ବୋଇଲା ମୂରୁଛି ନ ଦେବ ଚିତ୍ତେ । ୧ ।
ହୋଇ ତ ଥିଲା ଅଦ୍ଭୁତ ଅଦ୍ଭୁତ କଲା ସମ୍ଭୂତ
ତହିଁରୁ ଜାତ ଅମୃତ ଦେଖିଲି ହେଲା ସାକ୍ଷାତେ । ୨ ।
କରମେ ଥିଲା ଏ ମୋର ମରମେ ଲାଗିବ ମାର
କୃଷ୍ଣଚନ୍ଦ୍ର ନରବର ବଦତି ଏ ରସ ଗୀତେ । ୩ ।