Brundaranya Bihari He

ବୃନ୍ଦାରଣ୍ୟ ବିହାରି ହେ
(Raghunatha— Raga Sri, Tala Ekatali)
(ରଘୁନାଥ— ରାଗ ଶ୍ରୀ, ତାଳ ଏକତାଳି)

ବୃନ୍ଦାରଣ୍ୟ ବିହାରି ହେ ଶ୍ରୀ ନନ୍ଦାତ୍ମଜ
ବୃନ୍ଦାରଣ୍ୟ ବିହାରି ବୃନ୍ଦାରକ ଉଦ୍ଧାରି
କୁନ୍ଦାରବିନ୍ଦ ସହ ମନ୍ଦାର ମାଳା ଧାରି । ୧ ।

ସଜଳ ଜଳଦ ସୁନ୍ଦର ନିଜ ଶରୀର
ସଜ ନୀଳୋତ୍ପଳ ରୁଚିର ।
ଦ୍ୱିଜରାଜ ସୁହିମ ଦ୍ୱିଜ ହୀରକ ସମ
ବ୍ରଜ ତାପନାଶନ ସୁଜନ ଚିତ୍ତ ଧାମ । ୨ ।

ସଦନ ତୁମ୍ଭେ ତ ଗୁଣର ବଦନ ଛବି
କଦନ ହରେ ନାରୀଙ୍କର ।
ମଦନମୋହନ ଶୋଭା ହୃଦରେ ଭାବି ମୁଁ ଲୋଭା
ଉଦୟ ହୁଅ ମୋ ଚିତ୍ତେ ସଦୟ ଭାବେ ସନ୍ତତେ । ୩ ।

ନିରତେ କବି ସୁଧାକର ରଘୁନାଥର
ସ୍ମରଣ ଶ୍ରୀ ହରି ପୟର ।
ହରଷେ ଜନେ ଚିନ୍ତ ସରସ କରି ଚିତ୍ତ
ଦରଶନ ସେ ଦେବେ ଶରଣୁ ହେଲେ ସତ । ୪ ।