Matile Hari Radha Sange

ମାତିଲେ ହରି ରାଧା ସଙ୍ଗେ
(Raghunatha— Raga Ghantaraba, Tala Ekatali)
(ରଘୁନାଥ— ରାଗ ଘଣ୍ଟାରବ, ତାଳ ଏକତାଳି)

ମାତିଲେ ହରି ରାଧା ସଙ୍ଗେ
ମୋଦରେ ହୋରିରେ ରଙ୍ଗରେ । ଘୋଷା ।

ଚୂଆ ଚନ୍ଦନ ଅତର ଗୁଲାଲକୁ
ଜୋରରେ ବୋଳି ବୋଳି ଅଙ୍ଗରେ । ୧ ।

କୁଞ୍ଜେ କୁଞ୍ଜେ ସୁରସରେ ବିହରିଲେ
ରଞ୍ଜନେ ମଦନ ତରଙ୍ଗରେ । ୨ ।

ନାଗରୀ କିଶୋରୀଙ୍କି ବାମ ଭାଗେ ରଖି
ନାଚିଲେ ମଧୁର ତ୍ରିଭଙ୍ଗୀରେ । ୩ ।

ଦୁହେଁ ଦୁହିଁଙ୍କି ମାନସ ତୋଷିଲେ
ମୋହନ ଲଳିତ ଭ୍ରୂଭଙ୍ଗୀରେ । ୪ ।

କହେ ରଘୁନାଥ କବି ନିଶାନାଥ
କୃଷ୍ଣ ଚରିତ ସୁପ୍ରସଙ୍ଗରେ । ୫ ।