(ରଘୁନାଥ— ରାଗ ଆଶାବରୀ, ତାଳ ଆଡ଼ତାଳି)
ଆଉ ବାଟ ଓଗାଳି
ହଟ ନ କର ବନମାଳୀ ହେ । ଘୋଷା ।
ହେଲା ଉଚ୍ଛୁର ଯିବି ଏଥର
ପୂଜିବି ମୁଁ କରମାଳି ହେ । ୧ ।
ଏ ଟାପରାକୁ ସହି ଯିବାକୁ
ମୁଁ ନୁହଁଇ ଚନ୍ଦ୍ରାବଳୀ ହେ । ୨ ।
ପଦ୍ମାଦି ସହି ଦେଖି ନ ସହି
ଦେବେ ସିନା କରତାଳି ହେ । ୩ ।
ଏପରି ଗେଲେ ଅଟକ କଲେ
ରହିବେ କି ସଙ୍ଗ ଅଳି ହେ । ୪ ।
ନିଶା ମୁଖରେ ନ ଗଲେ ପୁରେ
ଶାଶୁ ହେବେ ସିନା ଚଳି ହେ । ୫ ।
ଭଙ୍ଗୀ ତୁମ୍ଭର ଦେଖିଲେ ମୋର
ପଦ ହେଉ ନାହିଁ ଚାଳି ହେ । ୬ ।
କହେ ରଘୁନାଥ କବି ନିଶାନାଥ
ଧ୍ୟାଇ ରାଧା କୃଷ୍ଣ କେଳି ହେ । ୭ ।