Sangini To Priti Gheni

ସଙ୍ଗିନୀ ତୋ ପ୍ରୀତି ଘେନି
(Raghunatha— Raga Ghantaraba, Tala Ekatali)
(ରଘୁନାଥ— ରାଗ ଘଣ୍ଟାରବ, ତାଳ ଏକତାଳି)

ସଙ୍ଗିନୀ ତୋ ପ୍ରୀତି ଘେନି
ମୋହନ ନିରତେ ଝୁରୁଛି ରେ । ଘୋଷା ।

ଗୋରୀରେ ତୋର ଗୁଣଗଣ ଗୁଣି
ଗୁଣି ନୟନୁ ଲୋତକ ଝୁରଛି ରେ
ଫୁଲଶର ଅତନୁ ମାରିବାରୁ ସୁତନୁ
ତା ତନୁ ଅଥିରେ ଥରୁଛି ରେ । ୧ ।

ସରୁଚିର ହାର ପୂର ତାହାର
ଆହାର ହେଲାଣି ଅରୁଚି ରେ
କୁଞ୍ଜରଗମନୀରେ କୁଞ୍ଜରେ ବସି ଧୀରେ
ତୋ ନାମ ଗାନ କରୁଛି ରେ । ୨ ।

କଳକଳ କୋକିଳ ବାଣୀରେ କେବଳ
ବିବେକପଣ ହିଁ ସରୁଛି ରେ
ମନ୍ଦ ଗନ୍ଧ ଶୀତ ପବନ ବହି ମିତ
ଦେହରୁ ଚେତନା ହରୁଛି ରେ । ୩ ।

ଆସ ଆସ ସଖି ତ୍ରାସ ମନେ ନ ରଖି
ତା ଲାଗି ତୋ କର ଧରୁଛି ରେ
ରଘୁନାଥ ନିତି ଯୁଗଳ ରସେ ମତି
ବଳାଇ କି ଅନୁସରୁଛି ରେ । ୪ ।