Re Sarasanana Rasara Sara

ରେ ସାରସାନନା ରସାର ସାର
(Jadumani— Raga Paraja, Tala Athatali)
(ଯଦୁମଣି— ରାଗ ପରଜ, ତାଳ ଆଠତାଳି)

ରେ ସାରସାନନା ରସାର ସାର
ରସାଳସା ଯୋଷା ଦମ୍ଭ ନ ସାର । ଘୋଷା ।
ତୁରିତ ମୂରତି ସୁରତି ଦାତ୍ରୀ
ଶତବାନୀ ସାତକୁମ୍ଭ ସୁଗାତ୍ରୀ । ୧ ।
ଆଳୀ ଆଳୀମାଳିକାରେ ବାଳୀଶ
ଚାଳିବା ଚରଣ କରେ ବାଳୀଶ । ୨ ।
କି କରି ରେ ମତ୍ତ କରୀନ୍ଦ୍ର ଗତି
ଶ୍ରୀକର ଧରି କିଙ୍କର ହୁଅନ୍ତି । ୩ ।
ଅନଙ୍ଗ ରଙ୍ଗରେ ରଙ୍ଗ ଅଧରା
ସଙ୍ଗ ଭଙ୍ଗ ବେଳେ ନୁହନ୍ତି ପରା । ୪ ।
ଭଣି ଯଦୁମଣି ରମଣୀମଣି
ଅଣିମାଦି ସୁଖ ଦିଅନ୍ତା ଗଣି । ୫ ।