Nua Chhaila Mahila Kahara E

ନୂଆ ଛଇଳା ମହିଳା କାହାର ଏ
(Jadumani— Raga Suratha, Tala Ekatali)
(ଯଦୁମଣି— ରାଗ ସୁରଠ, ତାଳ ଏକତାଳି)

ନୂଆ ଛଇଳା ମହିଳା କାହାର ଏ
ସୁଆଳୀଗଣ ଗହଣେ ବାହାର ଏ । ଘୋଷା ।

ଅବଳାମଣିର ବାଳା ନୂପୁର ଶବଦ
କଳାରାତି ପଦକୁ ତ କରାଉଛି ରଦ । ୧ ।

ରାଜହଂସ ଗମନୀର ଛଟକ ଚାତୁରୀ
ସାଜଇ କି ମନୋହର ବେଶଭୂଷା ଶିରୀ । ୨ ।

ହୋଇପାରନ୍ତି ଭାଜନ ଯଦି ଛାମୁକୁ ତା
ଗଜରା ନିଶରେ ପରା ଗୁଛନ୍ତି ମୁକୁତା । ୩ ।

ରସାରେ ମୁଁ ଥିବା ଯାକେ ଜୀବନ ଦଶାରେ
ଯଶ ଧ୍ୱଜାକୁ ଉଡ଼ାନ୍ତି ରସିକ ସଂସାରେ । ୪ ।

ସତେ ରତେ ରସାଇବ କରିବ ବିଧାତା
ପ୍ରତେ ନାହିଁ କହେ ବିନାୟକ ମାନଧାତା । ୫ ।