Sakhi Na Basa Go Tu Gumane

ସଖି ନ ବସ ଗୋ ତୁ ଗୁମାନେ
(Kabisurjya— Raga Mangala Gujjari, Tala Aditala)
(କବିସୂର୍ଯ୍ୟ— ରାଗ ମଙ୍ଗଳ ଗୁଜ୍ଜରୀ, ତାଳ ଆଦିତାଳ)

Sa Patala — Premodaya Champu
ସ ପଟଳ — ପ୍ରେମୋଦୟ ଚମ୍ପୂ

ସଖି ନ ବସ ଗୋ ତୁ ଗୁମାନେ । ଘୋଷା ।

ଶୁଣି ଶ୍ୟାମ ତୋର ବାଣୀ ପ୍ରାଣ କଣ୍ଠତଟେ ଆଣି
ରଖିଲା ପରିରେ ଦିଶେ ଅନୁମାନେ । ୧ ।

ଶରଦ ଚନ୍ଦ୍ରମା ମୁଖୀ କର ତୁ ଶ୍ୟାମକୁ ସୁଖୀ
ଅଧର ମଧୁର ସୁଧା ରସପାନେ । ୨ ।

ଶପତ କଲାଣି ବେଣୁ ଛୁଇଁ ତ ନୀରଦ ତନୁ
ମନେ ହେଲେ ନ ରସିବି ବୋଲି ଆନେ । ୩ ।

ସହି ରେ ତୁ ଦୟାବତୀ ବୋଲାଇ ନିଷ୍ଠୁର ଅତି
ହେବାର ଆଜ ଗୋ ଘେନ ତୋତେ ଯେ ନ ମାନେ । ୪ ।

ସହରଷେ ରାଜଇନ୍ଦୁ ଭଣଇ ସେ ପ୍ରାଣବନ୍ଧୁ
କର କରୁଣାକୁ ଦିବ୍ୟ ଅବଧାନେ । ୫ ।