Phula Sare Na Ja Mote

ଫୁଲଶରେ ନ ଯା ମୋତେ
(Kabisurjya— Raga Nata, Tala Ekatali)
(କବିସୂର୍ଯ୍ୟ— ରାଗ ନଟ, ତାଳ ଏକତାଳି)

ଫୁଲଶରେ ନ ଯା ମୋତେ ସୁକୁମାରୀ ମାରି ରେ । ଘୋଷା ।

ଫେଡ଼ି କହୁଛି ମୁଁ ସତେ ଘେନ ମୋ ବିନୟ ଚିତ୍ତେ
ବଚନେ ନ ପାରି ତୋତେ ରହିଲି ମୁଁ ହାରି ରେ । ୧ ।

ଫିଟାଇ ସଜନୀ ମାନ ଗ୍ରନ୍ଥୀକି ରାମାରତନ
ମୋତେ ଏ ବିପଦୁଁ ବେଗେ ନିଅ ତୁ ଉଦ୍ଧାରି ରେ । ୨ ।

ଫନ୍ଦା କରିଛି ମୁଁ ତୋତେ ନାହିଁ ତୋ ବିନା ଜଗତେ
ମୋତେ କାମ ପାରାବାରୁ କରିବାକୁ ପାରି ରେ । ୩ ।

ଫୁଟାଇ ନ ଦେଉ ତମ ବାଣୀରେ ମୋର ମରମ
ଦେଖାଅ ସଖୀକି ବାରେ ଉପାୟ ବିଚାରି ରେ । ୪ ।

ଫରମାସ ଆଜି ବେଶେ ଶ୍ରୀ ହରିଚନ୍ଦନ ଭାଷେ
ଶରଣ କେ ଅଛି ମୋର ବିନା ରେ ତୋହରି ରେ । ୫ ।