Nahi Na Kara Niraja Mukhi Re

ନାହିଁ ନ କର ନୀରଜମୁଖୀ ରେ
(Kabisurjya— Raga Pilu, Tala Jhampa)
(କବିସୂର୍ଯ୍ୟ— ରାଗ ପିଲୁ, ତାଳ ଝମ୍ପା)

ନାହିଁ ନ କର ନୀରଜମୁଖୀ ରେ । ଘୋଷା ।

ନ ପାରି ମୁଁ ପାଶୋରି ନିରତେ ସେ କିଶୋରୀ
ମୂରତି ନେତ୍ରେ ଅଛି ରଖି ରେ । ୧ ।

ନବ ନାଗରୀ ମୋର ନୋହିଲେ ହୃଦେ ହାର
ଦେବି ମୁଁ ଜୀବନ ଉପେକ୍ଷି ରେ । ୨ ।

ନିର୍ଦ୍ଦୟ ପାପ ସ୍ମର ସନ୍ଧି ବିନ୍ଧଇ ଶର
ନିରତେ ମରମକୁ ଯୋଖି ରେ । ୩ ।

ନବୀନା ରେ ବିନୟ କରି ଏବେ ହୃଦୟ
ଆଣିଦିଅ ତୋ ପ୍ରିୟ ସଖି ରେ । ୪ ।

ନାହିଁ ତ ମୋର ଆନ ନାଗରୀ ରସେ ମନ
ଏଥକୁ ଜଗଦ୍ଦେବ ସାକ୍ଷୀ ରେ । ୫ ।