Kahinki E Gumana Re

କାହିଁକି ଏ ଗୁମାନ ରେ
(Anonymous— Raga Ananda Kedara, Tala Tripata)
(ଅଜ୍ଞାତ କବି— ରାଗ ଆନନ୍ଦ କେଦାର, ତାଳ ତ୍ରିପଟା)

କାହିଁକି ଏ ଗୁମାନ ରେ ସୁନାବରନା
ବିନା ଦୋଷେ ସଜନୀ ଦାସରେ ତୁ ବିମନା । ଘୋଷା ।

କି ଦୋଷ ଦେଖି ସଖୀ ନ ଚାହୁଁ ମୁଖ ଟେକି
ଚନ୍ଦ୍ରବଦନ ଶୁଖିଅଛିଟି ରେ ନବୀନା ।
(ପଡ଼ି)
ଆନ ନ ଘେନ ଚିତ୍ତେ ଅନା ହସି କିଞ୍ଚିତେ
ମାନ ତେଜ ମାନସେ ମୁଞ୍ଚନା ସଖୀ ମୋତେ
ଘୁଞ୍ଚି ବସନା ଘନକେଶୀ ମିନତି ଘେନା
ରସବତୀ ରୁଷନା ରସରାଜରେ ଅନା । ୧ ।