Ki Mohana Muratiti Se

କି ମୋହନ ମୂରତିଟି ସେ
(Benudhara— Raga Pattamanjari, Tala Pahapata)
(ବେଣୁଧର— ରାଗ ପଟ୍ଟମଞ୍ଜରୀ, ତାଳ ପହପଟ)

କି ମୋହନ ମୂରତିଟି ସେ ନନ୍ଦର ବଳା ଗୋ
ନାରୀଭୁଲା ମନ୍ତରକୁ କିଏ ଦେଲା ଗୋ । ଘୋଷା ।

ମନ୍ଦ ମନ୍ଦ ହାସ ତାର ନାସାପୁଡ଼ା ଫୁଲା ଗୋ
ଭୂରୁ ଚଳାଇବା ଭଙ୍ଗୀ ନେତ୍ର ଡୋଳା ଖେଳା ଗୋ । ୧ ।

ସ୍ମିତାଧରେ ମୁରଲୀଟି ସାଜିଅଛି ଭଲା ଗୋ
ନବଘନ ଜିଣି କାନ୍ତି ସୁଚିକ୍କଣ କଳା ଗୋ । ୨ ।

ବୋଲେ ବେଣୁଧର ସେହି ଲାବଣ୍ୟ ପିତ୍ତୁଳା ଗୋ
ବ୍ରଜବଧୁ ଚିତ୍ତ ସୁଖ ସାଗରକୁ ଭେଳା ଗୋ । ୩ ।