Se Kalia Jaha Kala Kali

ସେ କାଳିଆ ଯାହା କଲା କାଲି
(Benudhara— Raga Ananda Kamodi, Tala Athatali)
(ବେଣୁଧର— ରାଗ ଆନନ୍ଦ କାମୋଦୀ, ତାଳ ଆଠତାଳି)

ସେ କାଳିଆ ଯାହା କଲା କାଲି ଗୋ ସଖୀ
ଅଖଞ୍ଜେ ତା ଆଗେ ପଡ଼ିଗଲି ଗୋ । ଘୋଷା ।

ମୋ ତୁଲେ ନ ଥିଲେ କେହି ଯାଉଁ ଯମୁନା ଗାଧୋଇ
ନୀପ ତରୁ ମୂଳେ ଚାହିଁ ଦେଲି ଗୋ । ୧ ।

କି ମୋହିନୀ ଜାଣେ ସେହି ପାହୁଣ୍ଡେ ନ ଯାଇ ନାହିଁ
ଥକା ହୋଇ ମୁଁ ତ ରହିଗଲି ଗୋ । ୨ ।

ତହୁଁ ସେ ମୋ ପାଶେ ଆସି କହିଲେ ଯାହା ଆଶ୍ୱାସି
ବଖାଣି ବସିଲେ ଲାଜେ ମଲି ଗୋ । ୩ ।

ବେଣୁଧର ବୋଲେ ଶୁଣି ମୁଁ ତା ଜାଣି ପାରିଲିଣି
କିସ ଲୁଚାଉଛି ରସବଲ୍ଲୀ ଗୋ । ୪ ।