Kahinki Chahindeli Syamaku Go

କାହିଁକି ଚାହିଁଦେଲି ଶ୍ୟାମକୁ ଗୋ
(Krusna Chandra Nrupa— Raga Todi, Tala Tripata)
(କୃଷ୍ଣଚନ୍ଦ୍ର ନୃପ— ରାଗ ତୋଡ଼ି, ତାଳ ତ୍ରିପଟା)

କାହିଁକି ଚାହିଁଦେଲି ଶ୍ୟାମକୁ ଗୋ
ଅଇରି ହେଲି ସିନା କାମକୁ ଗୋ । ଘୋଷା ।

କୁଳ ଲାଜ ଭୀତି ହୋଇଲା ଦୂର
ନୟନେ ନାଚିଲେ ନଟନାଗର । ୧ ।

ବସିଲାଣି ଅପକୀରତି ହାଟ
ତେବେ ମନୁ ନ ଯାଏ ନନ୍ଦଚାଟ । ୨ ।

ଗୁରୁଜନ ଶାଶୁ ନଣନ୍ଦ ଗାଳି
ଦିଅନ୍ତି କେତେ ମାରି କରତାଳି । ୩ ।

ମନା ହେଲାଣି ଯମୁନା ପାଣିକି
ଲୁଚି ଦେଖିଯାଏଁ ବେନୁ ପାଣିକି । ୪ ।

କି ମନ୍ତ୍ର କରିଛି ନନ୍ଦ କହ୍ନାଇ
ତାଙ୍କୁ ତିଳେ ମୂର୍ଚ୍ଛି ନୋହିଲା ସହି । ୫ ।

ଗଲେ ଅପବାଦେ ଯାଉଛି ସରି
ନ ଗଲେ ମଦନେ ହେଉଛି ଘାରି । ୬ ।

ନୃପ କୃଷ୍ଣଚନ୍ଦ୍ର ବଦତି ସହି
ରାଧାକୃଷ୍ଣ ବିନୁ ଶରଣ ନାହିଁ । ୭ ।