Kahinki Naile Syama E Jamini

କାହିଁକି ନଇଲେ ଶ୍ୟାମ ଏ ଯାମିନୀ
(Ramachandra Deba— Raga Lalita Kamodi, Tala Aditala)
(ରାମଚନ୍ଦ୍ର ଦେବ— ରାଗ ଲଳିତ କାମୋଦୀ, ତାଳ ଆଦିତାଳ)

କାହିଁକି ନଇଲେ ଶ୍ୟାମ ଏ ଯାମିନୀରେ
ଯହିଁକି ଥିଲା ମୋ ଆଶା ଗଲା ବୃଥାରେ । ଘୋଷା ।

ମଣ୍ଡନ କେଳି ବାସକୁ କଲି ବିଧିରେ
ଖଣ୍ଡନ କଲେ ମୋ ଆଶା ନ ଆସି ମାତି କା ପୁରେ । ୧ ।

ଭଲା ସେ ମୁଁ ବସିଥିଲି ଦିବ୍ୟ ବେଶରେ
ଭଲା ସେ ନାଗରବର ବିହିଲେ ସନ୍ତାପ ମୋରେ । ୨ ।

ରଜନୀକର ମିଶାଇ ଗନ୍ଧ ସାରରେ
ସଜନୀ ମୁଁ ରଖିଥିଲି ନାଗବଲ୍ଲୀ ସହିତରେ । ୩ ।

ଆଣ ଯା ବଂଶୀପାଣିଙ୍କି ଏବେ ସତ୍ୱରେ
ଭଣେ ରାମଚନ୍ଦ୍ର ଦେଓ କୃଷ୍ଣଙ୍କୁ ଭାବି ମନରେ । ୪ ।