Radhika Pasaku Chala Bahana

ରାଧିକା ପାଶକୁ ଚଳ ବହନ
(Kabisurjya BrahmaSarimana)
(କବିସୂର୍ଯ୍ୟ ବ୍ରହ୍ମାସରିମାନ)

ଆହେ ମୋହନ ରାଧିକା ପାଶକୁ ଚଳ ବହନ । ଘୋଷା ।

ମଦନାନଳ ପ୍ରବଳ ମିଶି ବିରହ ଅନଳ
ମୋ ସଖୀ ଅଙ୍ଗ ହେଉଛି ଦହନ ହେ । ୧ ।

ଅର୍ଦ୍ଧେକ ଯମୁନା ଜଳ ଅର୍ଦ୍ଧେକ ପଡ଼ିଛି କୂଳ
ଏବେ ସରିଲାଟି ପ୍ରେମ ବିହନ ହେ । ୨ ।

ତୁମ୍ଭ ପାଦେ ଆଶ୍ରେ କରି ଏହା ଅର୍ଜ୍ଜିଲା କିଶୋରୀ
ଏବେ ହରାଇଲା ପ୍ରାଣ ବହନ ହେ । ୩ ।

ରସରାୟେ ଏହା ଶୁଣି ମୃତ୍ୟୁ ସଞ୍ଜୀବନୀ ଗୁଣି
ଶୀଘ୍ରେ ଚଳ କବିସୂର୍ଯ୍ୟ ବହନ ହେ । ୪ ।