Tribhangi Aja Mote Ki Bhangi

ତ୍ରିଭଙ୍ଗୀ ଆଜ ମୋତେ କି ଭଙ୍ଗୀ
(Surjyamani JemaEkatali)
(ସୂର୍ଯ୍ୟମଣି ଜେମାଏକତାଳି)

ତ୍ରିଭଙ୍ଗୀ ଆଜ ମୋତେ କି ଭଙ୍ଗୀ କଲାରେ । ଘୋଷା ।

ଯେତେବେଳେ ଦକଦକ ହେଉଥିଲା ହୃଦର
କି ଯୋଗରେ ପଡ଼ିଗଲି ସରୁଥିଲା ବେଭାର । ୧ ।

ଯେତେବେଳେ ସ୍ଥିର କରି ଚାହିଁଦେଲି ଭୁଜକୁ
କୁହୁକ ଲଗାଇ ଧନ ଧରିଥିଲା କୋଳକୁ । ୨ ।

ନବୀନ କିଶୋରୀ ବେଳେ ଦେଖି ତାର ଛବିକି
ପାଦ ନ ଚଳଇ କେହି ଯିବି ନିଜ ପୁରୀକି । ୩ ।

ରସିକ ଆଗରେ ମୁହିଁ କି ଯୋଗରେ ପଡ଼ିଲି
ବୋଲେ ସୂର୍ଯ୍ୟମଣି ଜେମା ଏହି ଘରେ ସଢ଼ିଲି । ୪ ।