Kulatapabada Mora Lalatare

କୁଳଟାପବାଦ ମୋର ଲଲାଟରେ
(Birabikrama Deba— Raga Kanadagouda, Tala Tripata)
(ବୀରବିକ୍ରମ ଦେବ— ରାଗ କାନଡ଼ଗୌଡ଼ା, ତାଳ ତ୍ରିପଟା)

କୁଳଟାପବାଦ ମୋର ଲଲାଟରେ କାହିଁକି । ଘୋଷା ।

ସପସରା ହୋଇ କରି ଭୋଜରାଜାର ନଗରୀ
ଯାଉ ନାହିଁ କେଉଁ ନାରୀ ବିକିବାକୁ ଦହିକି । ୧ ।

କୋଟି କଳାନିଧି ଓଜ ଦଳା ବ୍ରଜ ଯୁବରାଜ
ବଦନ ରମା ସଦନ ନ ଚାହୁଁଛି କେହିକି । ୨ ।

ବରଜର ସୀମନ୍ତିନୀ ବାରିଜ ବନ୍ଧୁ ନନ୍ଦିନୀ
ଅମ୍ଭ ଆନୟନେ କୁମ୍ଭ ନ ଯାଏ କେ ବୋହିକି । ୩ ।

ସୁମନସ ଆହରଣ କୃତେ କାହାର ଚରଣ
କରୁ ନାହିଁ ଆଲିଙ୍ଗନ କୁଞ୍ଜବନ ମହୀକି । ୪ ।

ଖେଦ ବଶରେ କିଶୋରୀ ଭରି ନୟନରେ ବାରି
ଭାଲ ଦେଶେ କର ମାରି କହୁଛନ୍ତି ସହୀକି । ୫ ।