Kede Abichara Kali

କେଡ଼େ ଅବିଚାର କଲି
(Birabikrama Deba— Raga Bhairabi, Tala Jati)
(ବୀରବିକ୍ରମ ଦେବ— ରାଗ ଭୈରବୀ, ତାଳ ଯତି)

କେଡ଼େ ଅବିଚାର କଲି
ପଙ୍କଜ ସଙ୍ଗରେ ଯାହା କୁଟଜ ତୁଳିଲି । ଘୋଷା ।

ସରସିଜ ତେଜି ଅଳି ହୋଇଣ ଉନ୍ମତ୍ତ
ବାସଙ୍ଗ ସଙ୍ଗରେ ରଙ୍ଗେ କେଳି କଲା ବତ । ୧ ।

କୁନ୍ଦନ ପାଣି ରତନ ପାଷାଣ ମଣିଲି
ଝଳିବନ୍ତ ହୀରାକୁ ଯା କାଚରେ ଗଣିଲି । ୨ ।

ସାଧାରଣ ଶିଳା ସ୍ନେହେ ବରଜି ମାଣିକ
ହେମକୁ ତୁଳିଲି ଗୁଞ୍ଜେ ହୋଇଣ ବଣିକ । ୩ ।

ଫିଙ୍ଗି ଦେଇ ଜଳେ ଏବେ ଗଳେ ଥିଲା ମାଳି
ଶ୍ରୀ ବୀରବିକ୍ରମ ବୋଲେ ବସି ଅଛି ଭାଳି । ୪ ।