Sakhi Kahi Nuhai

ସଖୀ କହି ନୁହଇଁ
(Birabikrama Deba— Raga Sena, Tala Jati)
(ବୀରବିକ୍ରମ ଦେବ— ରାଗ ସେନା, ତାଳ ଯତି)

ସଖୀ କହି ନୁହଇଁ ଯେ ଜାଣିଛି ସେ ଜାଣିଛି
କେତେବେଳେ ସେ ସମୟ ମନୁ ନୁହଇଁ ମୂରୁଛି । ଘୋଷା ।

ରଖି ପ୍ରୀତି ପ୍ରତିଆଶ ଧରି ମନୋହର ବେଶ
ଲାଭ ଭୟେ ତୁନି ତୁନି ଚାଲିବାର ବାଟି ବାଛି । ୧ ।

ସଙ୍କେତ ସ୍ଥାନକୁ ଯାଇ ଚଉପାଶକୁ ଅନାଇ
କର୍ଣ୍ଣ ଡେରି ରହିବାର ଭାଳିବାର କେ ଆସୁଛି । ୨ ।

ଦଇବେ ନୋହିଲେ ଭେଟ ଅବା ବଳି ଗଲେ କଣ୍ଟ
ବେଳୁଁ ବେଳ ବଳେ କଷ୍ଟ ଉପାୟ ନ ଦିଶେ କିଛି । ୩ ।

ଜଗି ଜଗି ବସିବାର ବାରମ୍ବାର ଉଠିବାର
ନିମିଷକୁ ପାଞ୍ଚିବାର ଯୁଗ ସମ କି ହେଉଛି । ୪ ।

ବୋଲଇ ବୀରବିକ୍ରମ ପର ପୀରତି ବିଷମ
ଚୋର ପରି ଲୁଚିବାର ନୟନେ ମୋ ନାଚୁଅଛି । ୫ ।