Dara Hasini Re

ଦର ହାସିନୀ ରେ
(Birabikrama Deba— Raga Soka Kamodi, Tala Athatali)
(ବୀରବିକ୍ରମ ଦେବ— ରାଗ ଶୋକ କାମୋଦୀ, ତାଳ ଆଠତାଳି)

ଦର ହାସିନୀ ରେ ସେହି ଦରଶନ ସାର
ପର ହୋଇ ମୋର ଜଗି ନିରନ୍ତର
କି କରିବ ମାର ଛାର । ଘୋଷା ।

ଦ୍ୱିରଦଗମନା କରି ଆଶ୍ୱାସନା
କହିବା ମଧୁର ଗିର
ମୁଖ ମୋଡ଼ିବାର ମନ୍ଦେ ହସିବାର
ମୋ ନୟନେ କଲା ଘର । ୧ ।

ନାସିକା ଫୁଲାଇ ତେରଛେ ଅନାଇଁ
ଫିଙ୍ଗିବା କଟାକ୍ଷ ଶର
ଛି ମା ବୋଲି ଧୀରେ ବୁଜି ନେତ୍ର କରେ
ଆଡ଼ରୁଷା ରୁଷିବାର । ୨ ।

ଗୁରୁଜନ ସଙ୍ଗେ ଥିଲେ ହେଳେ ରଙ୍ଗେ
ମୋ ଆଡ଼କୁ ଚାହିଁବାର
ତରତରେ ଲୁଚିବାର । ୩ ।

ବୀରବିକ୍ରମର ଏ ବିନୟ ଗିର
ବିବାସ ଶୋଭା ତୋହର
ଦେଖିବାକୁ ମନ ବଳିଅଛି ଧନ
ଅଙ୍ଗୀକାର ବାରେ କର । ୪ ।