Mun Ki Kali Sahi

ମୁଁ କି କଲି ସହି
(Birabikrama Deba— Raga Sri, Tala Aditala)
(ବୀରବିକ୍ରମ ଦେବ— ରାଗ ଶ୍ରୀ, ତାଳ ଆଦିତାଳ)

ମୁଁ କି କଲି ସହି ସଙ୍ଗ ତେଜିଲି
ମାର ଶର ମୁଖେ ସମର୍ପି ଦେଲି । ଘୋଷା ।

ବସିଲେ ବାନ୍ଧବୀ ମୋ ପ୍ରୀତି ଭାଳି
ଆଳି ମିଳି ମୋତେ ଦେବେ ତ ଗାଳି । ୧ ।

ଲଉଲି ବୟସୀ ନେତ୍ର ପିତ୍ତୁଳୀ
କେହି ସହୁଥିବ ଅନଙ୍ଗ ଅଳି । ୨ ।

ଦେଖି ଦେବ ଯେବେ ସୁମନେ ଅଳି
ବେଳୁଁ ବେଳ ଦୁଃଖ ଯିବନି ବଳି । ୩ ।

ଶ୍ରୀ ବୀରବିକ୍ରମ ବୋଲେ ନ ମଲି
ଭେଟିଲେ ସହି କହିବି କି ବୋଲି । ୪ ।