Chhi Ma Na Kaha Aau

ଛି ମା ନ କହ ଆଉ
(Birabikrama Deba— Raga Bibhasa Gujjari, Tala Jhula)
(ବୀରବିକ୍ରମ ଦେବ— ରାଗ ବିଭାସ ଗୁଜ୍ଜରୀ, ତାଳ ଝୁଲା)

ଛି ମା ନ କହ ଆଉ
ତା କଥା ଶୁଣି ହୃଦେ ଉଠଇ ଦାଉ । ଘୋଷା ।

ହେଲି ମୁଁ ହଟହଟା କରି ଯା ସଙ୍ଗ
ପୁଣି ଥରକୁ ଥର ସେହି ପ୍ରସଙ୍ଗ । ୧ ।

ସଙ୍କେତ ସ୍ଥାନେ ମୋତେ ନେଇ ହକାରି
ମାତିଲା ଯାଇ ଆନ ନାରୀକି ଧରି । ୨ ।

ନିପଟ କପଟିଆ ଶଠ ସ୍ୱଭାବ
ସେ କି ଜାଣିବ ସଖୀ ପୀରତି ଭାବ । ୩ ।

କହେ ବୀରବିକ୍ରମର ଧୀର ବଚନେ
ତାକୁ ତ ମିଳି ପାରେ ତୋ ପରି ପଣେ । ୪ ।