Jana’a Duti Priyare

ଜଣାଅ ଦୂତୀ ପ୍ରିୟାରେ
(Birabikrama Deba— Raga Bhairaba, Tala Pahapata)
(ବୀରବିକ୍ରମ ଦେବ— ରାଗ ଭୈରବ, ତାଳ ପହପଟ)

ଜଣାଅ ଦୂତୀ ପ୍ରିୟାରେ ବାରେ ମୋ ବିନତି
ତାହା ଲାଗି ମୋର ଅଶନ ବସନ
ହୋଇଗଲାଣି ବିରତି । ଘୋଷା ।

ବୀଣାବାଣୀ ଶୁଣି ମୁକ୍ତି କରିବଇଁ ଶ୍ରୁତି
ଅଳତା ରଞ୍ଜନେ ଲଳିତା ଚରଣେ
ବଳାଇବି ସଦା ମତି । ୧ ।

ସୁରତେ ପ୍ରୟାସ ହେଲେ ଶୁଆଇବି ଛାତି
ବିପରୀତ ରତି ଆରମ୍ଭ କାଳରେ
ନେଉଥିବି ତା ସମ୍ମତି । ୨ ।

ବେଶ ସାଜିବା ସମୟେ ଗଜରାଜ ଗତି
ବିଲୋଳ ଲୋଳ ଲୋଚନୀ ପିକଦାନୀ ଧରି
ଉଭା ହେଉଥିବି କତି । ୩ ।

ନ ହୁଅ କାତର ବୀରବିକ୍ରମ ଭାରତୀ
ଶୁଣି ବଂଶୀଧର ହୋଇଣ ଅଧୀର
ବୋଲନ୍ତି ନାହିଁ ମୋ ଗତି । ୪ ।