Braja Kisori Nuha Manini

ବ୍ରଜ କିଶୋରୀ ନୁହଁ ମାନିନୀ
(Tarini Charan Patra— Raga Kaphi, Tala Ekatali)
(ତାରିଣୀ ଚରଣ ପାତ୍ର— ରାଗ କାଫି, ତାଳ ଏକତାଳି)

ବ୍ରଜ କିଶୋରୀ ନୁହଁ ମାନିନୀ ଧନୀ
କୁଞ୍ଜ ବିନୋଦିନୀ କୁଞ୍ଜର ଗାମିନୀ ।
ବ୍ରଜରାଜ ତନୁଜ ବ୍ରଜେନ୍ଦୁ ସଜନୀ
ଚାହିଁ ରହିଥିବେ ତୋ ଯିବା ସରଣୀ । ଘୋଷା ।

ସାଜ ସଜ ବେଗେ ମନ ଅନୁରାଗେ
ହୁଅ ଅଭିସାର ପରାଣ ଆବେଗେ
ସହି ନୁହେ ହେଳା ପୀରତି ବତ୍ସଳା
ଆରେ ନବ ବାଳା କେଳି ସୁକୁଶଳା
(ପଡ଼ି)
ମଞ୍ଜୁଳ ଭାଷିଣୀ ମୋହନ ମୋହିନୀ
କଞ୍ଜ ନୟନେ ଦିଅ ଅଞ୍ଜନ ଏକ୍ଷଣି
ରଞ୍ଜ ରମଣେ ଆଜ ମଞ୍ଜୁ ସୁହାସିନୀ
ଆସ ରାସରସିକେ ଭାଷେ ତାରିଣୀ । ୧ ।