(କବିସୂର୍ଯ୍ୟ— ରାଗ ବିହାଗଡ଼ା)
ଏହି ସେହି କି ମୋ ସହି
ସତ କହଟି । ଘୋଷା ।
କହିବାକୁ ଜିହ୍ୱାଞ୍ଚଳ କରୁ କରୁ ତ ଚଞ୍ଚଳ
ସ୍ମରସର୍ପ କଲାନି ରସନା ଲହଲହଟି । ୧ ।
ଅନନୁତୁଳ ଏ ଦ୍ୟୁତି ଅନାଇ ସେ କେଉଁ ସତୀ
ଠଉରିବ ନଉକରୀ କରିବାରେ ନ ହଟି । ୨ ।
ଏହା କରି କି ଗୋ ଯଶ କୁସୁମମାନଙ୍କ ବାସ
ବାସବ ନିବାସ ଯାଏ ଯାଉଥାଏ ଚହଟି । ୩ ।
ଏଠାରେ ନିଶ୍ଚେଁ ସଞ୍ଚିତ ହୋଇଛି ରେ ପ୍ରାଣମିତ
ଅଲୀକଲୀନ ସେ ଅବିଗ୍ରହ ରବିଗ୍ରହଟି । ୪ ।
କବିରବି ରାୟଗୁରୁ କହୁଥାନ୍ତି ରେ ରମ୍ଭୋରୁ
ଏହାଙ୍କ ଭଜନୁ ଆନ ନାହିଁ ସୁଖାବହଟି । ୫ ।