Ghena Ghena Mana Ghana Sama

ଘେନ ଘେନ ମନ ଘନସମ
(Kabisurjya— Raga Dhanasri)
(କବିସୂର୍ଯ୍ୟ— ରାଗ ଧନାଶ୍ରୀ)

ଘେନ ଘେନ ମନ ଘନସମ ଶ୍ୟାମଳିଆକୁ
ପିଲାଟି ଦିନୁ ପୂତନା ପ୍ରାଣ କବଳିଆକୁ । ଘୋଷା ।

ବରଙ୍କୁ ଗୋପୀଙ୍କର ମକର କୁଣ୍ଡଳିଆକୁ
ଅଖଣ୍ଡ ଚନ୍ଦ୍ର ସୁନ୍ଦର ମୁଖ ମଣ୍ଡଳିଆକୁ । ୧ ।

ମଦ ଗଜଗମନକୁ କଦମ୍ବ ମୂଳିଆକୁ
ମଖ ଶାଳା ଭିଖାରୀକୁ ଶିଖଣ୍ଡ ଚୂଳିଆକୁ । ୨ ।

ସମୁଦ୍ରକୁ କରୁଣାର ଯମୁନା କୂଳିଆକୁ
ଗୀତ ନଟ ଲମ୍ପଟକୁ ପୀତ ଦୂକୁଳିଆକୁ । ୩ ।

ବଲ୍ଲବେନ୍ଦ୍ର ନନ୍ଦନକୁ ପଲ୍ଲବ ମାଳିଆକୁ
ଭଜେ କବିରବି ତାହାଙ୍କ ପା’ତଳିଆକୁ । ୪ ।