Mana Jami Ja Sindhu Jema Pranadhane

ମନ ଜମି ଯା ସିନ୍ଧୁଜେମା ପ୍ରାଣଧନେ
(Kabisurjya— Raga Suratha)
(କବିସୂର୍ଯ୍ୟ— ରାଗ ସୁରଠ)

ମନ ଜମି ଯା ସିନ୍ଧୁଜେମା ପ୍ରାଣଧନେ
ସିତପଙ୍କଜନୟନେ । ଘୋଷା ।

ରମ୍ୟଯାନପଦକରେ ମୁନି ହୃଦ ପଦକରେ । ୧ ।
ଶରଣାଗତ ବନ୍ଧୁରେ କରୁଣା ସୁଧାସିନ୍ଧୁରେ । ୨ ।
ଦୀନଜନ ବିଭବରେ ନୀଳାଦ୍ରି କଣ୍ଠୀରବରେ । ୩ ।
ଦଳିତ କଳୁଷପୁଞ୍ଜେ ଇନ୍ଦ୍ରବନ୍ଦ୍ୟ ପଦକଞ୍ଜେ । ୪ ।
ନିଗମ କୁଞ୍ଜ କୁଞ୍ଜରେ ଭବ ଭୟାଳୁ ପୁଞ୍ଜରେ । ୫ ।
ଛୋଟରାୟ ଦେବ କହେ ଦୁଃଖତମର ବିଗ୍ରହେ । ୬ ।