Susamanani Manini Gaja Gamini

ସୁଷମାନନୀ ମାନିନୀ ଗଜଗାମିନୀ

(Gajapati Jagannatha Deba— Raga Mukhari, Tala Tripata)
(ଗଜପତି ଜଗନ୍ନାଥ ଦେବ— ରାଗ ମୁଖାରୀ, ତାଳ ତ୍ରିପଟା)

ସୁଷମାନନି ମାନିନି
ଗଜଗାମିନି ତେଜ ମାନ ରେ ।
ଆନ ମୋ ପରିତ୍ରାଣ ତୋ ବିନୁ
ନାହିଁ କାହିଁ ସମାନ ରେ । ଘୋଷା ।

ଚଣ୍ଡରେ ସ୍ମର କାଣ୍ଡ ଚାଣ୍ଡରେ
ମଣ୍ଡଳୀକୃତ ଚାପରେ
ଦଣ୍ଡନା ମହୀମଣ୍ଡନା ଏବେ
ଖଣ୍ଡ ମୋ ପରିତାପରେ । ୧ ।

ରଞ୍ଜ ଅଞ୍ଜନ ଖଞ୍ଜନେକ୍ଷଣି
ଖଞ୍ଜ ମଞ୍ଜୀର ପାଦରେ
ମଞ୍ଜୁଭାଷିଣି ସଞ୍ଚ ମୋ ସୁଖ
-ପୁଞ୍ଜ କାଞ୍ଚୀ ନିନାଦରେ । ୨ ।

କୁନ୍ଦସୁନ୍ଦରଦନ୍ତି ଦାରୁଣ
ମନ୍ଦ ଗନ୍ଧ ପ୍ରବାହରେ
ଦ୍ୱନ୍ଦ ନ କର ତୁ ମନ୍ଦରସ୍ତନି
ବନ୍ଧୁକାଧରି ବନ୍ଧୁରେ । ୩ ।

ବୀର ଶ୍ରୀ ଜଗନ୍ନାଥ ଗଜପତି
ଧୀର ଗୀର ପ୍ରବନ୍ଧ ରେ
ସାରସାନନି ସାର ଚୁମ୍ବନ
ବାରେ ବିହିଲେ ପ୍ରମୋଦରେ । ୪ ।