Nagariki E Kale Tejili

ନାଗରୀକି ଏ କାଳେ ତେଜିଲି
(Gajapati Jagannatha Deba— Raga Todi, Tala Tripata)
(ଗଜପତି ଜଗନ୍ନାଥ ଦେବ— ରାଗ ତୋଡ଼ି, ତାଳ ତ୍ରିପଟା)

ନାଗରୀକି ଏ କାଳେ ତେଜିଲି
ମୋ ବିନା କେହି ବଞ୍ଚିବ । ଘୋଷା ।

ଅନଳପ ଶତପତ୍ର ପାତ ପତ୍ରାବଳୀ
ଅଳପ ମହୀ ତଳପ
ଅଳପ ମହୀ ଅଙ୍ଗେ ସଙ୍ଗେ ରଙ୍ଗେ
ଝାଞ୍ଜିବଜା ବାତେ ଲତିକା ପରାୟେ
ଲୁଳେ ଲୁଳିବ ଧରାରେ । ୧ ।

ମନୋହର ଘନସାର ନଳଦା ଅଗୁରୁ ଧୂପ
ସମ୍ବର ମଣିଧର ନୀଳକଣ୍ଠ ବିଷର
ଧାର ବରଜିବ ଲେଖା ପରି ବୃଷ
ନିଶି କାରେ ରସିବେ ସରସେ ଧରାରେ । ୨ ।

ବ୍ରଜରାଜ ସୁତ ବାଣୀ ଦୂତିକା ଶୁଣି ସେକ୍ଷଣି
ହରଷେ କିଶୋରୀ ପାଶେ
ନିବେଦନ କଲା ଅବିଳମ୍ବରେ
ଶ୍ୟାମ ମନ ରଖି ମହିଳାବର ଭାଷେ । ୩ ।

ସହଚରୀ ସମ୍ବୋଧନେ ଶ୍ରୀମତୀ ପ୍ରଫୁଲ୍ଲ ମନେ
ବିଜେ କଲେ ବୃନ୍ଦାବନେ ସଖି ନିକର ଚଳିଲେ
ସମ୍ଭାର ସାଜି ଗହଣେ
ରାଜକୁମାର ଶ୍ରୀ ଜଗନ୍ନାଥ ଦେବ ରସେ ଭଣେ । ୪ ।