Mo Rana Parana Dhana

ମୋ ରାଣ ପରାଣ ଧନ
(Padana— Raga Regupta, Tala Tripata)
(ପଦନ— ରାଗ ରେଗୁପ୍ତ, ତାଳ ତ୍ରିପଟା)

ମୋ ରାଣ ପରାଣ ଧନ
ବାରେ ଫେରି ଚାହିଁ ଯା । ଘୋଷା ।

ତରୁଣ କାଳେ ନବୀନା ଦାରୁଣପଣ ହୁଅନା
ଶରଣାଗତ ଜନରେ କରୁଣା ତୁ ବହି ଯା । ୧ ।

ରାଗୀ ନୁହ ତୁ ଦୟାଳୁ ଲାଗି ପଡ଼ି ବାଳକାଳୁଁ
ମାଗିଛି ଯାହା ହେମାଙ୍ଗୀ ତାହା ମୋତେ ଦେଇ ଯା । ୨ ।

ପାଜି କାମ ଦମ୍ଭ ସିନା ଭାଜି ହୋଇଯିବ ଚୂନା
ରାଜି କରି ଦେବି ଧନ ଆଜି ଦଣ୍ଡେ ରହି ଯା । ୩ ।

ରଥାଙ୍ଗସ୍ତନା ଶିବାରି ବ୍ୟଥା ନ ଦିଅରେ ଗୋରୀ
ବୃଥାରେ ମଥା ନ ପୋଥି କଥା ପଦେ କହି ଯା । ୪ ।

କହିଲେ ପଦନ ପଦେ ପ୍ରୀତି କରି ଶ୍ୟାମ ରାଧେ
ଧରତୀରେ ଧନୀ ସେହି କୀରତିକି ଥୋଇ ଯା । ୫ ।