Jara Jara Gupata Katha

ଯାର ଯାର ଗୁପତ କଥା
(Dwija Padmanabha— Raga Jhinjoti, Tala Jhula)
(ଦ୍ୱିଜ ପଦ୍ମନାଭ— ରାଗ ଝିଞ୍ଜୋଟି, ତାଳ ଝୁଲା)

ଯାର ଯାର ଗୁପତ କଥା
ତାର ତାର ସବୁ ସେହି ରେ । ଘୋଷା ।

ନିତି ଚାହୁଁଥିଲେ ତାହାର ମୁଖ
ହରୁଥାଇ ମନେ ସକଳ ଦୁଃଖ
ପାଦେ ପଡ଼ୁଥାଇ ସୁରପତି ସୁଖ
ଆନେ ମନ ନ ରୁଚଇ ରେ । ୧ ।

ହିତ ସୁରପତି ମଣଇ ଛାର
ତାହା ଦୁଃଖ ସୁଖ ମଣେ ତାହାର
ଅନ୍ତର ହେଲେ ସବୁ ଦିଗ ଦିଶଇ
ଶୋକ ସରିତେ ଭସାଇ ରେ । ୨ ।

ନୟନେ ନୟନ ପଡ଼ଇ ଯେବେ
ଅନୁରାଗ ରୀତି ବଢ଼ଇ ତେବେ
ଶୟନେ ସ୍ୱପନେ ମନ ନୟନକୁ
ତାହା ରସରେ ରସାଇ ରେ । ୩ ।

ବେନି ମାନସ ରସିଥାଇ ରସେ
ଚାହୁଁଥିଲେ ଘନରସ ବରଷେ
କହେ ପଦ୍ମନାଭ ବେନି ପରଭାବ
ମାରଶରେ ଭରସାଇ ରେ । ୪ ।