Rase Esana Dise

ରାସେ ଏସନ ଦିଶେ
(Dwija Padmanabha— Raga Arabhi, Tala Aditala)
(ଦ୍ୱିଜ ପଦ୍ମନାଭ— ରାଗ ଆରଭୀ, ତାଳ ଆଦିତାଳ)

ରାସେ ଏସନ ଦିଶେ ବ୍ରଜଯୁବତୀ
କଟାକ୍ଷ ପ୍ରତି ଏ ଭାଷେ
ଅଞ୍ଜନ ନବଘନ ଗଞ୍ଜନନିଭ ତନୁ
ଖଞ୍ଜନ ଲୋଚନ ରଞ୍ଜନ ମୋହନ । ଘୋଷା ।

ନୀଳୋତ୍ପଳ ଅଞ୍ଜଳି ଧରିକି ସକଳ ବାଳୀ
ପଦେ ସୁସ୍ନେହେ ଢାଳି ଦେବାରୁ ଶୋଭାବଳୀ
ନାଭି ସରସୀ ଉପରେ ମୀନ ପରି ସେ । ୧ ।

କାନ୍ତି ରୁଚିର ତର କୌସ୍ତୁଭ ମଣିବର
କଣ୍ଠ ଭୂଷଣ ହାର ଅନଙ୍ଗର କି ଗାର
ନୀଳମଣି ପ୍ରଖରେ କି ଶୋଭା ସେ । ୨ ।

ଚିକୁରରେ ମଞ୍ଜୁଳ ଶିଖୀ ଚନ୍ଦ୍ରିକା ଚୂଳ
ଚକ୍ଷୁଭୃଙ୍ଗେ ବିଭ୍ରାଜ ନବ ପଲ୍ଲବାମ୍ବୁଜ
କହଇ ପଦ୍ମନାଭ ଲପନ କି ସେ । ୩ ।