Bandhu Tu Mora Sina

ବନ୍ଧୁ ତୁ ମୋର ସିନା
(Ramachandra Deba— Raga Saabari, Tala Adatali)
(ରାମଚନ୍ଦ୍ର ଦେବ— ରାଗ ଶାବରୀ, ତାଳ ଆଡ଼ତାଳି)

ବନ୍ଧୁ ତୁ ମୋର ସିନା ରସାଣ ସୁନାରେ । ଘୋଷା ।

ଦାସ ଦୋଷକୁ ଧରି ରୋଷ ନ କର ଗୋରୀ
ବାସ ବଦନେ ଦେଇ ଘୁଞ୍ଚି ବସନାରେ । ୧ ।

ଶାଣି ମଦନ ଶର ଟାଣି ବିନ୍ଧଇ ଉର
ଜାଣି ସମୟ ବନ୍ଧୁ ପାଣି ଦିଅନାରେ । ୨ ।

କି ଦୋଷ କଲି କହ ବିନାଶ କଲୁ ସ୍ନେହ
କେ କି କହିଛି ତୋତେ ଘେନା କରନା ରେ । ୩ ।

ଆଜନ୍ମସୁଖୀ ଆସ ଆଜ ସୁରତେ ତୋଷ
ରାମଚନ୍ଦ୍ର ମହୀନ୍ଦ୍ର ମନ କାମନା ରେ । ୪ ।