Jana Jauchi Ethiru

ଜଣା ଯାଉଛି ଏଥିରୁ
(Gajapati Jagannatha DebaAdatali)
(ଗଜପତି ଜଗନ୍ନାଥ ଦେବଆଡ଼ତାଳି)

ଜଣା ଯାଉଛି ଏଥିରୁ
ଉପାଡ଼ିବେ ପରା ଜୀବଧନ ଧୈର୍ଯ୍ୟ ତରୁ । ଘୋଷା ।

ମାଳତୀ ଲତିକା କରି ଚତ୍ୱରେ ରୋପଣ
ଦିନୁ ଦିନ ହେଉଛନ୍ତି ସଜଳ ଈକ୍ଷଣ । ୧ ।

ରଙ୍ଗ ଶଳାକାକୁ ଘେନି ଚାହିଁ ଏଣେ ତେଣେ
ମୋତେ ଲୁଚାଇ ଲେଖନ୍ତି ଭିତରେ ଆପଣେ । ୨ ।

ଦିନୁ ଦିନୁ ରସ ଗର୍ବମାନଙ୍କୁ ବଢ଼ାଇ
କେଶରୁ କୁସୁମମାଳ ନେଲେଣି ଛଡ଼ାଇ । ୩ ।

ପୟରେ ଅଳତା ଦେଇ ପାହାଡ଼ା ପକାଇ
ଜଗନ୍ନାଥ ଦେବ ନେଲେ ପହଣ୍ଡ ମଣାଇ । ୪ ।