Sakhi Mo Jibadhana E Braja Mohana

ସଖୀ ମୋ ଜୀବଧନ ଏ ବ୍ରଜମୋହନ
(Benudhara— Raga Bagesri, Tala Jati)
(ବେଣୁଧର— ରାଗ ବାଗେଶ୍ରୀ, ତାଳ ଯତି)

ସଖୀ ମୋ ଜୀବଧନ ଏ ବ୍ରଜମୋହନ
ହୃଦୟ ରଞ୍ଜନ ଶ୍ୟାମ ନୟନ ଅଞ୍ଜନ । ଘୋଷା ।

ଦିନେ ମୋ ପୁରେ ପ୍ରବେଶି
ବସି ମନ୍ଦେ ମନ୍ଦେ ହସି
ବୋଇଲେ ରେ ମଦାଳସୀ
ମୁହିଁ ତୋର କିଣାଜନ । ୧ ।

ଦିନେ ନାପିତୁଣୀ ବେଶ
ଧରି ସେହି ପୀତବାସ
ମୋ ପାଦେ ଲାକ୍ଷା ରସରେ
ଲେଖିଲେ ଗୋ ଶ୍ୟାମଘନ । ୨ ।