Sumana Ku Kali Manaa

ସୁମନାକୁ କଲି ମନା
(AnonymousKhemata)
(ଅଜ୍ଞାତ କବିଖେମଟା)

ସୁମନାକୁ କଲି ମନା ଯମୁନାକୁ ଯାଆନା
ମନା ନ ମାନି ସୁମନା ଯାଏ ନିତି ଯମୁନା । ଘୋଷା ।

କଦମ୍ବ ମୂଳରେ ବସି ତୋ ନାମେ ବଜାଏ ବଂଶୀ
ବାଟ ଜଗି ଘାଟ ମାଗେ ନନ୍ଦପୁଅ କାହ୍ନା । ୧ ।

ଶଠ ଧିଟ ନଟବର ନ କରି ତିଳେ ଖାତର
କୁଳ ବୁଡ଼ାଏ ଉଡ଼ାଏ ଅପନିନ୍ଦା ବାନା । ୨ ।