Kaliya Mardana Sarira

କାଳୀୟ ମର୍ଦ୍ଦନ ଶରୀର
(Gopalakrusna— Raga Nalinigouda, Tala Athatali)
(ଗୋପାଳକୃଷ୍ଣ— ରାଗ ନଳିନୀଗୌଡ଼ା, ତାଳ ଆଠତାଳି)

କାଳୀୟ ମର୍ଦ୍ଦନ ଶରୀର
କାନ୍ତି ଚାହିଁ ନୁହେଁ ଭ୍ରାନ୍ତି କାହାର । ଘୋଷା ।

ସୁରଭୀ ନିକର କୁମାରୀ ସୂର୍ଯ୍ୟର
ବୋଲି ଧାଉଁଛନ୍ତି ହୋଇ ତୃଷାତୁର । ୧ ।

ବରହୀ ନିବହ ମଣି ବାରିବହ
ଉତ୍ସୁକିତ ହେଉଛନ୍ତି ନିରନ୍ତର । ୨ ।

ବଲ୍ଲବୀ ତମାଳ ଭାଳି ତହୁଁ ଦଳ
ଉତ୍ତଂସାର୍ଥରେ ତୋଳିବାକୁ ବିଚାର । ୩ ।

ଆମ୍ଭଙ୍କୁ ରକ୍ଷା କରନ୍ତୁ ପୂତରୁକ
ଶ୍ରୀ ପ୍ରତାପରୁଦ୍ର ଭଣିଲେ ଏ ଗିର । ୪ ।