Aja Dekhili Banamaliki Go

ଆଜ ଦେଖିଲି ବନମାଳୀକି ଗୋ
(Gouracharana— Raga Kamodi, Tala Ekatali)
(ଗୌରଚରଣ— ରାଗ କାମୋଦୀ, ତାଳ ଏକତାଳି)

ଆଜ ଦେଖିଲି ବନମାଳୀକି ଗୋ
ଏ ପରା ଦଳିଥିଲେ କାଳୀକି ଗୋ । ଘୋଷା ।

ବ୍ରଜବାଳକ ସଙ୍ଗେ ବନୁ ଆସନ୍ତି ରଙ୍ଗେ
ବଜାଇ ବେଣୁ ଶିଙ୍ଘା କାହାଳୀକି ଗୋ । ୧ ।

ବନ କୁସୁମେ ବେଶ କି ଶୋଭା ପୀତବାସ
କର୍ଣ୍ଣେ କୁଣ୍ଡଳ କରତାଳିକି ଗୋ । ୨ ।

ବାମେ ବାନ୍ଧିଛି ଜୂଡ଼ା ଶିଖୀ ଶିଖଣ୍ଡ ବେଢ଼ା
ଖୋସିଣ ରଙ୍ଗ ଜାମୁଡାଳିକି ଗୋ । ୩ ।

ଅଙ୍ଗେ ଗୋରଜ ଧୂଳି ଆସନ୍ତି ଢଳି ଢଳି
ଡାକନ୍ତି ଧବଳୀ ଶ୍ୟାମଳୀକି ଗୋ । ୪ ।

କ୍ଷୀର ଲବଣୀ ସର ଭୁଞ୍ଜାଇ କଲି ସ୍ଥିର
ମୋହନ ସେବେ ପାଦତଳିକି ଗୋ । ୫ ।


( ଗୌରଚରଣ ନିଜ ପ୍ରିୟ ଶିଷ୍ୟ ମୋହନ ଦାସ ଅଧିକାରୀଙ୍କ ନାମରେ ଭଣିତା କରିଅଛନ୍ତି )