Jhuri Jhuri Tu Jibuti Sari

(Gouracharana— Raga Mohanaa, Tala Pahapata)
(ଗୌରଚରଣ— ରାଗ ମୋହନା, ତାଳ ପହପଟ)

ଝୁରି ଝୁରି ତୁ ଯିବୁଟି ସରି
ସେ ହଟିଆ କପଟିଆ ନୁହେଟି କାହାରି । ଘୋଷା ।

ନାରୀମରା ଗିରିଧାରୀ ସଙ୍ଗ କଲୁ ନ ବିଚାରି
ଯାହା ଦୁଃଖେ ହେଲୁ ଘାରି ଆହାରେ କିଶୋରୀ । ୧ ।

ମୋ ରାଣଟି ସୁକୁମାରୀ ବୁହାନା ନୟନୁ ବାରି
ରହ ଧନ ଧୈର୍ଯ୍ୟ ଧରି କରମ ଆଦରି । ୨ ।

ସେ ନିକୁଞ୍ଜ ବନଚାରୀ ହସାଇ ଦେଲା ଭଗାରୀ
କାହିଁରେ ନୋହିଲୁ ରାଧେ ତାକୁ ଆଶା କରି । ୩ ।

ଦ୍ୱିଜ ଗୌର ବୋଲେ ପ୍ୟାରୀ କହୁଛି ତୋ କର ଧରି
ବକାଚିରା କଥା ମନୁ ପକା ତୁ ପାଶୋରି । ୪ ।